ଆଧନକତର ପର : ଓଡଆ ଗଳପର ନତନ ଅନଭତ ଓ ଶଳ
Abstract
୧୯୮୦ ପରବର୍ତ୍ତୀ ଓଡ଼ିଆ ଗଳ୍ପ ସାଧାରଣତଃ ବିଶ୍ୱବ୍ୟାପୀ ଉତ୍ତରଆଧୁନିକ ଚେତନାର ପ୍ରଭାବରେ ଗଢିଉଠିଛି । ଏହି ସମୟଖଣ୍ଡରେ ଗଳ୍ପଗୁଡିକ ପାରମ୍ପରିକ ଧାରାଠାରୁ ଅଲଗା ହୋଇ, ନୂତନ ଅନୁଭୂତି, ଚିନ୍ତାଧାରା ଓ ଶୈଳୀ ଆଦିଗୁଡିକରେ ପରୀକ୍ଷା କରାଯାଇଛି । ଏବର ଗାଳ୍ପିକମାନେ ବ୍ୟକ୍ତିଗତ ଅନୁୁଭବ, ଅନୁଭୂତି ଓ ଭାବଜଗତର ଜଟିଳତା ସହିତ ସାମାଜିକ ଅସ୍ଥିରତାକୁ ଏକ ନୂତନ ଭାବରେ ଉତଜେନା କରିଛନ୍ତି । ଏଥିସହିତ ରଚନାରେ ଘଟଣା ଓ ଚରିତ୍ର ସଂପୂର୍ଣ୍ଣ ଭିନ୍ନ ରୂପରେଖକୁ ବହନ କଲା । ବିଶେଷ କରି ଚରିତ୍ରଗୁଡିକ ଆତ୍ମସନେ୍ଦହ, ବିଭ୍ରାନ୍ତ ଓ ଅସ୍ତିତ୍ୱମୟ ଜଟିଳତାର ରହସ୍ୟ ମଧ୍ୟରେ ସର୍ବଦା ଦୃଶ୍ୟମାନ ହେଲା । ସହରୀ ଜୀବନର ଦ୍ରୁତ ଅଭିବୃଦ୍ଧି ଘଟିଛି ସତ ପରନ୍ତୁ, ମହିଳା, ଦଳିତ, ଅସ୍ପୃଶ୍ୟ ଏବଂ ଆପେକ୍ଷିତ ଶ୍ରେଣୀର ଦୁଃଖ ଦୂରେଇଯାଇ ନାହିଁ । ଏହି ଭାବବସ୍ତୁକୁ କେନ୍ଦ୍ରକରି ଗାଳ୍ପିକମାନେ ଉପମା ସଂକେତ ଓ ମୂଳ ଶବ୍ଦ ଜରିଆରେ ଏକ ନୂତନ ରଚନାକଳା ଆରମ୍ଭ କଲେ । ଫଳରେ ଏଥିରେ ଦେଖିବାକୁ ମିଳିଲା ଯେ, ଆଧୁନିକତାର ଯନ୍ତ୍ରଣାଧିନ ମଣିଷର ମନ ଜଗତରେ ଘଟୁଥିବା ଚିନ୍ତାଧାରା ଓ ନୂତନ ଶୈଳୀର ରଚନାକଳା । ଯାହା ଭାବ ଗମ୍ଭୀର ବିଷୟବସ୍ତୁ ସହିତ ବର୍ଣ୍ଣାଢ୍ୟ ଶୈଳୀ ଉପରେ ଗୁରୁତ୍ୱ ରକ୍ଷାକରେ ।
Fields of Study & Subjects
Educational Robotics and Engineering
Human auditory perception and evaluation
Financial Crisis of the 21st Century
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 8 January 2026
- Language
- ORY