କନତଳ କମର ଙକ ଉପନୟସର ନରର ସଥତ ଓ ସୱତନତରୟ

Read full text
Authors: ସନ୍ଦିପ୍ତା ପାଢୀ
Cited by: 0

Abstract

ଓଡ଼ିଆ ସାହିତ୍ୟରେ କୁନ୍ତଳା କୁମାରୀ ଥିଲେ ଜଣେ ଅସାଧାରଣ ପ୍ରତିଭାର ଅଧିକାରିଣୀ । ଫକୀର ମୋହନୋତ୍ତର ଓଡ଼ିଆ କଥା ସାହିତ୍ୟରେ ନାରୀ ପ୍ରତିଭାର ଉତ୍ତଙ୍ଗ ଶୀର୍ଷକୁ ସ୍ପର୍ଶ କରି ଜୀବନର ସ୍ୱଳ୍ପକାଳ ମଧ୍ୟରେ (୧୯୦୧-୧୯୩୮) ଜଣେ ପ୍ରମୁଖ ନାରୀକବୀ ଭାବରେ ସେ ଯେପରି ପରିଚିତା, ସେହିପରି ଭାବରେ ଜଣେ ସଫଳ ଔପନ୍ୟାସିକା ଭାବରେ ମଧ୍ୟ ବିବେଚିତା । ନିଜର ପନ୍ଦର ବର୍ଷର ସୃଜନୀ ଜୀବନ କାଳରେ ସେ ଅସଂଖ୍ୟ କବିତା ରଚନା କରିବା ସହିତ ପାଞ୍ଚଗୋଟି ଉପନ୍ୟାସ ଓ ଦୁଇଗୋଟି ଅସଂପୂର୍ଣ୍ଣ ଉପନ୍ୟାସ ଲେଖି ଓଡ଼ିଆ ସାହିତ୍ୟର ଭଣ୍ଡାରକୁ ଶ୍ରୀଯୁକ୍ତ କରିଅଛନ୍ତି । ତାଙ୍କ ସମୟ ଥିଲା, ଓଡ଼ିଶାର ଆଧୁନିକ ଜୀବନବୋଧ ନିର୍ମାଣର ସମୟ । ବିଦେଶୀ ଅନୁଗ୍ରହ ମୂଳକ ଜୀବନଚର୍ଯ୍ୟା ଓ ତତସମ୍ପର୍କିତ ମାନସିକ ସଂଘାତ, କୁସଂସ୍କାରଚ୍ଛନ୍ନ ସମାଜ ବ୍ୟବସ୍ଥାର ଉତ୍ଥାନ ପାଇଁ ସେ ତାଙ୍କ ଉପନ୍ୟାସ ଗୁଡ଼ିକରେ ପ୍ରଚେଷ୍ଟା କରିଅଛନ୍ତି । ଯେହେତୁ କୁନ୍ତଳା କୁମାରୀ ଜଣେ ନାରୀ ଥିଲେ, ନାରୀକୁ ଏକ ଶକ୍ତିଶାଳୀ, ପ୍ରତିଭାଶାଳିନୀ ରୂପରେ ସଜାଇବା ନିମନ୍ତେ ସେ ନାରୀ ମନର ଇଚ୍ଛା, ନାରୀ ଭିତରେ ଥିବା ଶକ୍ତିକୁ ନିଷ୍ଠାର ସହିତ ସଂଧାନ କରି ନିଜର ଲିଖିତ ଉପନ୍ୟାସରେ ନାରୀର ସ୍ଥିତି ଓ ସ୍ୱାତନ୍ତ୍ର୍ୟକୁ ପ୍ରକାଶ କରିବାରେ ସମର୍ଥ ହୋଇଅଛନ୍ତି । ନାରୀ ବିମର୍ଶ ଭାବନା ପ୍ରତି ସେ ଥିଲେ ଅଧିକ ସମ୍ବେଦନଶୀଳା । ନାରୀ ଜୀବନ ସଂକ୍ରାନ୍ତ ଭାରତୀୟ ଶାସ୍ତ୍ର ପ୍ରଣୀତ ନୀତି ନିୟମକୁ ଯୁକ୍ତିସଂଗତ ଭାବରେ ସେ ଯେପରି ଖଣ୍ଡନ ଓ ମଣ୍ଡନ କରିଛନ୍ତି, ସେହିପରି ଭାରତୀୟ ମହାନ ସଂସ୍କୃତି ପ୍ରତି ବେଶ୍ ସଚେତନ ଥିବା ପରି ମନେହୁଏ । ନାରୀର ସ୍ଥିତି ଓ ସ୍ୱାତନ୍ତ୍ର୍ୟ ନିମନ୍ତେ ସେ ବହୁ କ୍ଷେତ୍ରରେ ପରଂପରା ବିରୁଦ୍ଧରେ ଯୁଦ୍ଧ ମଧ୍ୟ ଘୋଷଣା କରିଥିବାର ଦୃଷ୍ଟିଗୋଚର ହୁଏ । ଆଲୋଚ୍ୟ ପର୍ଯ୍ୟାୟରେ ଲେଖିକା ନାରୀର ସ୍ଥିତି ଓ ସ୍ୱାତନ୍ତ୍ର୍ୟକୁ କିପରି ରୂପାୟିତ କରିଅଛନ୍ତି ତାହା ତାଙ୍କ ଉପନ୍ୟାସ ଗୁଡ଼ିକର ଆଧାରରେ ବିଚାର କରାଯାଇପାରେ ।

Fields of Study & Subjects

Educational Robotics and Engineering Financial Crisis of the 21st Century Human auditory perception and evaluation

Publication details

Journal / source
Zenodo (CERN European Organization for Nuclear Research)
Publication date
8 January 2026
Language
ORY