ଓଡଆ ସସକତ ଓ ଧରମ ଧରର ଯଜପରର ମହବନୟକ
Abstract
ଓଡ଼ିଶାର ପୁରାତନ ରାଜଧାନୀ ଯାଜପୁର । ପୁରାଣ ଯୁଗରୁ ଯାଜପୁରର ଏକ ସ୍ୱତନ୍ତ୍ର ପରିଚୟ ରହିଅଛି । ସର୍ବପ୍ରାଚୀନ ଶାକ୍ତ ଧର୍ମର ପ୍ରାଣକେନ୍ଦ୍ର ଯାଜପୁର । ଯାଜପୁରର ସଂସ୍କୃତି ଓ ଧର୍ମ ସାରା ଭାରତବର୍ଷରେ ବିରଳ । ସବୁ ଧର୍ମର ଦେବଦେବୀ ଏହି ସ୍ଥାନରେ ବିରାଜମାନ । ସେଥିପାଇଁ ଯାଜପୁରକୁ ସର୍ବଧର୍ମ ସମନ୍ୱୟର ପୀଠ ବୋଲି କୁହାଯାଏ । ଯାଜପୁରରେ ବହୁ ପୁରାତନ ମନ୍ଦିର ଥିଲେ ମଧ୍ୟ ଦୁଇଟି ପୀଠ ସ୍ୱତନ୍ତ୍ର ଭାବରେ ସର୍ବଦା ଦୃଷ୍ଟିଗୋଚର ହୁଏ । ଜଗତଜନନୀ ମା’ ବିରଜା ଓ ଅନ୍ୟଟି ଶ୍ରୀଗଣେଶ । ଏହାର କୀର୍ତ୍ତିରାଜି ସମଗ୍ର ବିଶ୍ୱବିଦିତ । ପାଞ୍ଚଟି କ୍ଷେତ୍ରର ସମାହାର ହୋଇଥିବାରୁ ଏହାକୁ ପଞ୍ଚକ୍ଷେତ୍ର ବୋଲି କୁହାଯାଏ । ପାଞ୍ଚ ଦେବତାଙ୍କ ସଙ୍ଗମ ଘଟିଛି ଏହି ପୀଠ ସ୍ଥଳରେ । ଭାରତୀୟ ଧର୍ମଧାରାରେ ପାଞ୍ଚ ଦେବଦେବୀଙ୍କୁ ଶ୍ରେଷ୍ଠ ଆସନ ଦିଆଯାଇଛି । ତେଣୁ ଶାସ୍ତ୍ରରେ ଅଛି- “ଗଣେ, ନାରାୟଣେ, ରୁଦ୍ରେ, ଅମ୍ବିକେ, ଭାସ୍କରେ ତଥା ଭିନ୍ନ ଭିନ୍ନ ନ କର୍ତ୍ତବ୍ୟ ପଞ୍ଚଦେବ ନମଃ ସ୍ତୁତେ ।” ଅର୍ଥାତ୍ ପଞ୍ଚଦେବ ଭିନ୍ନ ଭିନ୍ନ ନ ହୋଇ ଏକ ମନ୍ଦିର ଭିତରେ ପୂଜା ପାଉଛନ୍ତି । ଓଡ଼ିଶାର ଧର୍ମୀୟ ପରମ୍ପରାରେ ଏହିଭଳି ପଞ୍ଚଦେବତା ଏକ ସ୍ଥାନରେ ପୂଜା ପାଇବା ସମ୍ପୂର୍ଣ୍ଣ ନିଆରା । ସମଗ୍ର ଓଡ଼ିଶାରେ ଭିନ୍ନ ଭିନ୍ନ କ୍ଷେତ୍ରର ନାମ ବିଶ୍ୱବିଦିତ । ଯେପରି- ଶ୍ରୀକ୍ଷେତ୍ର ପୁରୀ, ଅର୍କକ୍ଷେତ୍ର କୋଣାର୍କ, ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା, ଶୈବକ୍ଷେତ୍ର ବା ଏକାମ୍ର କ୍ଷେତ୍ର ଭୁବନେଶ୍ୱର ଓ ଗଦାକ୍ଷେତ୍ର ଯାଜପୁର । ଏହି କ୍ଷେତ୍ରର ଅନ୍ୟ ଦୁଇଟି ନାମ ମଧ୍ୟ ଅଛି ଯଥା- ସିଦ୍ଧକ୍ଷେତ୍ର ମହାବିନାୟକ ଓ ବିରଜା କ୍ଷେତ୍ର । ଅଲୋକିକ ଅଦୃଶ୍ୟ ସଂସ୍କୃତିକୁ କଳାର ଲୋ÷କିକ ପ୍ରତି ରୂପଟିଏ ପ୍ରଦାନ କରିଥାଏ । ଏହି ଜଗତ ଅତି ବିଚିତ୍ର କଳାର କାୟା ଭିତରେ ସାହିତ୍ୟ, ସଙ୍ଗୀତ, ନୃତ୍ୟ, ସ୍ଥାପତ୍ୟ, ଧର୍ମ ଓ ସଂସ୍କୃତି ସବୁକିଛି ସମାହିତ । ଯୁଗେଯୁଗେ ଧର୍ମ ଆମକୁ ବିଶ୍ୱାସର ଏକ ଶକ୍ତ ଡୋରରେ ବାନ୍ଧି ରଖିଛି । ଯାହା ଅଦୃଶ୍ୟ ଭାବରେ ଆମ ଚାରିପାଖରେ ରହିଅଛି । ଲୋକ ଜୀବନର ଚେତନା ଭିତରେ ସଦାସର୍ବଦା ଏହା ବିଦ୍ୟମାନ ।
Fields of Study & Subjects
Educational Robotics and Engineering
Financial Crisis of the 21st Century
Human auditory perception and evaluation
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 8 January 2026
- Language
- ORY