ମଥ ପନରମଲୟୟନ ପରକଷପଟଟର ରତନକର ଚଇନଙକ 'ଅଥଚ ଚଣକୟ' ନଟକ
Abstract
ସ୍ୱାଧୀନତା ପରବର୍ତ୍ତୀ ସମୟର ଜଣେ ସଫଳ ସ୍ରଷ୍ଟା ଭାବରେ ପରିଚିତି ଲାଭ କରିଥିବା ଲେଖକ ହେଉଛନ୍ତି ନାଟ୍ୟକାର ରତ୍ନାକର ଚଇନି । ତାଙ୍କର ନାଟକଗୁଡିକ ମଧ୍ୟରେ ‘ଅଥଚ ଚାଣକ୍ୟ’ (୧୯୮୨) ଏକ ସଫଳ ମିଥ୍ ଧର୍ମୀ ନାଟକ । ଏଥିରେ ସେ ମୂଳ ଇତିହାସର କଙ୍କାଳଟିକୁ ଗ୍ରହଣ କରି ତା ମଧ୍ୟରେ ଭରିଛନ୍ତି ସାଂପ୍ରତିକ ସମୟର ସାମାଜିକ ,ରାଜନୈତିକ ଅବସ୍ଥା ଓ ବ୍ୟବସ୍ଥା ଆରୋପିତ, ତତ୍ ସହିତ ଆଧୁନିକ ମଣିଷର ବ୍ୟର୍ଥତା , ଅସହାୟତା ନିଖୁଣ ଭାବରେ ରୂପାୟିତ । ସେ ସଂପୂର୍ଣ୍ଣ ରୂପେ ଚାଣକ୍ୟ ଚରିତ୍ରକୁ ବିବର୍ତ୍ତିତ କରି ଇତିହାସର କୂଟନୀତିଜ୍ଞ ଓ ରାଜନୀତିଜ୍ଞ ଚରିତ୍ରଟିକୁ ପରିଣତ କରିଛନ୍ତି ଏକ ଆଦର୍ଶବାଦୀ ଚରିତ୍ରରେ । ଏଇ ପରିପ୍ରେକ୍ଷୀରେ ମିଥ୍ ସମ୍ପର୍କରେ ଆଲୋଚନା କରାଯିବା ସହ ନାଟ୍ୟକାର ଚଇନିଙ୍କ ‘ଅଥଚ ଚାଣକ୍ୟ’ ନାଟକର ଇତିହାସଗତ ସତ୍ୟତାକୁ ବିଚାର କରାଯାଇଛି । ତତ୍ ସଙ୍ଗେ ସଙ୍ଗେ ସାଂପ୍ରତିକ ସମୟ ଓ ‘ଅଥଚ ଚାଣକ୍ୟ’ ନାଟକକୁ ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ଳେଷଣର ପ୍ରୟାସ କରାଯାଇଛି ।
Fields of Study & Subjects
Urban and spatial planning
Educational Robotics and Engineering
Financial Crisis of the 21st Century
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 8 January 2026
- Language
- ORY