ଏକବଶ ଶତବଦ: ଶକଷ ଓ ନତନ ଶକଷନତ
Abstract
ଏକବିଂଶ ଶତାବ୍ଦୀର ପ୍ରଥମ ପ୍ରହର ଭାରତୀୟ ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂ୍ର୍ଣ୍ଣ କାଳଖଣ୍ଡ । ବିଶ୍ୱ ବଜାରରେ ଅର୍ଥନୈତିକ ପରିପ୍ରେକ୍ଷୀରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଥିବା ଭାରତ ଅନୁଭବ କରିଛି, ବିଶ୍ୱ ଯେଉଁ ବଜାରବାଦର ମାୟାଜାଲରେ ଭାରତୀୟକୁ କେବଳ ଉପଭୋକ୍ତା କରିଛି ଏଥିରୁ ମୁକ୍ତି ପ୍ରୟାସ ଓ ନିଜ ସମ୍ବଳର ସ୍ଥାୟୀ ବିକାଶ ପାଇଁ ଶିକ୍ଷା ହିଁ ପରମ ଆୟୁଧ ଏହି ଚେତନରେ ଭାରତୀୟ ଶିକ୍ଷା ପଦ୍ଧତିର ପରିବର୍ତ୍ତନରେ ନୂତନ ଶିକ୍ଷାନୀତିର ପ୍ରୟୋଗ କରିଛି । ଏହି ଶିକ୍ଷାନୀତି ୨୦୨୦ ନୂତନ ଶିକ୍ଷାନୀତି ଭାବରେ ପରିଚିତ । ସତ କଥା ହେଉଛି ଶିକ୍ଷାର ପ୍ରୟୋଗ ଏକ ଦୀର୍ଘମିଆଦି କାର୍ଯ୍ୟକ୍ରମ । ନୀତି ସୁଫଳ ମିଳିବାକୁ ହୁଏତ ଆଉ ଦୁଇ ଦଶନ୍ଧି ବା ଉଦ୍ଧ୍ୱରୁ ସମୟ ଲାଗିପାରେ । ତେଣୁ ଏହାର ସଫଳତା ବା ବିଫଳତା ବା ଏହାର ସମାଲୋଚନା କରିବା ବର୍ତମାନର ସମୟ ନୁହେଁ । ବିଶ୍ୱାୟାନର ପ୍ରଭାବକୁ ଧରି ଭାରତ ଏକବିଂଶ ଶତାବ୍ଦୀର ପଚିଶ ବର୍ଷ ଅତିକ୍ରମ କରିଗଲାଣି । ଏହି ସମୟରେ ମଣିଷ ବିଜ୍ଞାନ ଓ ବୈଷୟିକ ଜ୍ଞଶନର ପ୍ରଭାବ ଆଉ ଦେଶୀ ବିଦେଶୀ ସଂସ୍କୃତିର ଅପମିଶ୍ରଣକୁ ଧରି ସନ୍ଦିହାନର ଜୀବନ ଜିଉଁଛି । ବିଦେଶୀ ପୁଞ୍ଜିର ଅର୍ଥନୈତିକ ଅନ୍ତରାଳରେ ଚାଲି ଆସିଥିବା ବିଦେଶୀ ସଂସ୍କୃତିର ପ୍ରାବଲ୍ୟରେ ଲୋକମାନେ ଦ୍ୱିଧାରେ ଅବତୀର୍ଣ୍ଣ । ଭାରତୀୟମାନେ ବର୍ତମାନ ସତେ ଯେମିତି ଅକ୍ଷମ ହୋଇ ପଡିଛନ୍ତି ଭଲମନ୍ଦର ନିର୍ଣ୍ଣୟ କରିବା ପାଇଁ । ବସ୍ତୁବାଦର ମୋହମାୟାରେ ଭ୍ରମିତ ମଣିଷର ସମ୍ମୁଖରେ ଏବେ ଅନେକ ଆହ୍ୱାନ । ସେ ଭାବି ପାରୁନାହିଁ ବର୍ତମାନ କ’ଣ କରିବା ଉଚିତ ଆଉ କଣ କରିବା ଅନୁଚିତ । ଚାକଚକ୍ୟର ଇନ୍ଦ୍ରିଜାଲରେ ଭ୍ରମିତ ମଣିଷ କର୍ମ ଅକର୍ମକୁ ଚିହ୍ନିବାକୁ ଅସମର୍ଥ ହୋଇଯାଇଛି । ମଣିଷ ଏବେ ଏହି ଦ୍ୱନ୍ଦ୍ୱାତ୍ମକ ଚେତନାରେ ବିବ୍ରତ ଆଉ ବ୍ୟତିବ୍ୟସ୍ତ । ଏହି ଦ୍ୱନ୍ଦ୍ୱର ମୁକ୍ତିର ପ୍ରୟାସରେ ମଣିଷ ବିଷର୍ଣ୍ଣ । ଏହି ବିଷର୍ଣ୍ଣତାରୁ ମୁକ୍ତି ପାଇଁ ବୁଦ୍ଧିଜୀବି ତଥା ଜ୍ଞାନୀ ମଣିଷ ମାନଙ୍କର ମତ ଯେ ସୁଶିକ୍ଷା ହିଁ ଏହାର ସମାଧାନ । ତେଣୁ ଏକବିଂଶ ଶତାବ୍ଦୀର ଦ୍ୱନ୍ଦ୍ୱାତ୍ମକ ଚେତନାରୁ ମୁକ୍ତି ପାଇଁ ଶିକ୍ଷାକୁ ଗ୍ରହଣ ଓ ପରିଚଳନା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ବର୍ତମାନର ମଣିଷମାନଙ୍କର ମାନସିକ ସ୍ଥିତି ଓ ଶିକ୍ଷା ସଂସ୍କାରରେ ତାହାର ସମାଧାନ କରାଇବାର ଉଦେଶ୍ୟ ମୋ ପ୍ରବନ୍ଧର ମୌଳିକ ଆବେଦନ ।
Fields of Study & Subjects
Educational Robotics and Engineering
Human auditory perception and evaluation
Financial Crisis of the 21st Century
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 8 January 2026
- Language
- ORY