କଳଙଗନଗର ଜନ ଆନଦଳନ ଓଡଆ କବତ

Read full text
Authors: ଶୁଭଲକ୍ଷ୍ମୀ ବେହେରା
Cited by: 0

Abstract

ଆଧୁନିକ ଓଡିଆ କବିତା ହେଉଛି ମୋଡ ପରିବର୍କ୍ସନ ସାହିତ୍ୟା ଅଶୀ-ନବେ ଦଶକର କବିତା ଅନେକ ପ୍ରକାର ଭାବ- ଭାଷା –ବୈଚିତ୍ର୍ୟକୁ ସ୍ୱୀକାର କରିଛି । କବିତାରେ ନୂଆନୂଆ ପରିବର୍ତନ ଆସିଛି । ନୂଆ ପ୍ରୟୋଗ- ପରୀକ୍ଷା ସହିତ ଏ ସମୟର ସାହିତ୍ୟ ଉପନିବେଶ, ଉଦ୍ୟଗ, ପୁଞ୍ଜିକରଣ, ଘରୋଇକରଣ ନୁତନ ଅର୍ଥବ୍ୟବସ୍ଥା ଆଦି କଥାକୁ ରୂପ ଦେଇଛି ସାହିତ୍ୟର ମୁଖ୍ୟତଃ କବିତାରେ ଆସିଛି ଏହି ମୋଡର ସିଧାରୂପା ଅଶୀ-ନବେ ଦଶକର ପ୍ରଗତି ହେଉଛି ମୁଖ୍ୟତଃ କମ୍ପାନୀ ଭିତିକ । ଓଡିଶାରେ ଗଛିତ ପ୍ରାକୃତିକ ସମ୍ବଳ ଗୁଡିକର ବିନିଯୋଗ ନିମନ୍ତେ ଓଡିଶାରେ ଅନେକ କମ୍ପାନୀ ଗୁଡିଏ ମୁଣ୍ଡ ଟେକିଛନ୍ତି । ତେବେ ଆମର ଆଲୋଚନାର ବିଷୟ ହେଉଛି ଓଡିଶାର ଯାଜପୁର ଜିଲ୍ଲାସ୍ଥିତ କଳିଙ୍ଗନଗର ଶିଳ୍ପାଂଚଳ ମୂଳରୁ କହି ରଖେ ନିବନ୍ଧର ଉଦେଶ୍ୟ କେବଳ ଏକ କବିତା ଆଲୋଚନା ଏବଂ ତଥ୍ୟ ମାଧ୍ୟମରେ ଏହାର ବାଖ୍ୟା । ତେବ ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ହେବାକୁ ଥିବା କମ୍ପାନୀ ଆନ୍ଦୋଳନ ମାଧ୍ୟମରେ ସେଠାକାର ସାଧାରଣ ଜନତାମାନଙ୍କୁ ଅନେକ କ୍ଷୟକ୍ଷତିର ସମ୍ମୁଖିନ ହେବାକୁ ପଡିଥିଲା, ଯଦିଓ ଏହି କ୍ଷତିର ଭରଣ ନିମନ୍ତେ ଉଦେଗ ତଥା କମ୍ପାନୀମାନେ ଯଥାସମ୍ଭବ ଚେଷ୍ଟା କରିଛନ୍ତି ମାତ୍ର ନା ତାହା ଆଖି ଦୃଶିଆ ଆଉ ନା ତାହା ନୈତିକ ସମର୍ଥିତ । କହିବାର ଅର୍ଥ କମ୍ପାନୀ ଗୁଡିଏ ସାଧାରଣ ଲୋକମାନଙ୍କର ଥଇଥାନର ବ୍ୟବସ୍ଥା ଠିକ୍ ଭାବରେ କରିପାରିନାହାନ୍ତି । ଯାହା ଫଳରେ ସ୍ଥାନୀୟ ଲୋକମାନଙ୍କର ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଏହି ଅସନ୍ତୋଷ କାରଣରୁ ହିଁ କ୍ରୋଧ ଆଉ ପ୍ରତିବାଦୀ ଏହି ପ୍ରତିବାଦକୁ ସମର୍ଥନ ଜଣାଇ ମଂଚ –ତଥା ସାହିତ୍ୟ ସଭା ଗୁଡିଏ ଗଢାହୋଇଛି । ସେହି ସଭା ଏବଂ ସାହିତ୍ୟକୁ ଆଲୋଚନା କରିବା ଏହି ପ୍ରବନ୍ଧର ମୂଳ ଉଦେଶ୍ୟ ।

Fields of Study & Subjects

Educational Robotics and Engineering Financial Crisis of the 21st Century Legal and Regulatory Analysis

Publication details

Journal / source
Zenodo (CERN European Organization for Nuclear Research)
Publication date
8 January 2026
Language
ORY