ଗରହର ଦସଙକ ଗଳପର ନର ନମସତତତୱ
Abstract
ବିଶ୍ୱକର୍ତ୍ତାଙ୍କ ଅନେକ ସୃଷ୍ଟି ମଧ୍ୟରେ ସମଗ୍ର ସଂସାର ପାଇଁ ନାରୀ ଏକ ବରଦାନ ସଦୃଶ । ନାରୀ ବିନା ସୃଷ୍ଟି ଅସମ୍ପୂର୍ଣ୍ଣ ଓ ଅସମ୍ଭବ, ତେଣୁ ସଂସାର ପାଇଁ ଉଭୟ ପୁରୁଷ ଓ ନାରୀ ପ୍ରକୃତି ଓ ପୁରୁଷ ଭାବେ ବିଦ୍ୟାମାନ । ମାତ୍ର ସମାଜ ନାରୀକୁ ପୁରଷ ପାରି ସ୍ୱାଧିନତା ପ୍ରଦାନ କରିନି, ନାରୀ ମନସ୍ତତ୍ତ୍ୱ ପାଇଁ ଏହା ଏକ ପ୍ରମୁଖ କାରଣ । ପରିବାର ହେଉ ଅବା ସମାଜ କେଉଁଠି ବି ସେ ସ୍ୱାଭିମାନର ସହ ସ୍ୱାଧୀନ ଭାବେ ବଞ୍ଚି ପାରେନି । ସମାଜ ତାକୁ ବିଭିନ୍ନ ଆଳରେ ଛନ୍ଦି ଦେଇଛି , ତେଣୁ ତା ମନରେ ଅନେକ ଦ୍ୱନ୍ଦ ଓ ଅସମାହିତ ପ୍ରଶ୍ନ, ଯାହା ତା’ର ମନକୁ ଜଟିଳ କରିଦିଏ । ମାନସିକ ସ୍ତରରେ ସେ ସର୍ବଦା ଏକ ଅନ୍ୟଦୁନିଆରେ ବିଚରଣ କରୁଥିବାରୁ ବାସ୍ତବ ଦୁନିଆ ପାଇଁ ସେ ଅବୋଧ୍ୟ ହୋଇପଡ଼େ । ତା’ର ଇଚ୍ଛା, କାମନା , ଖୁସି ଯାହା ସେ ପ୍ରକାଶ କରିପାରେନି କି ପୂରଣ କରିପାରେନି ତାହା ତା ମନତଳେ ଚାପିହୋଇ ରହୁଥିବାରୁ ତାହା ତା’ର ବ୍ୟବହାରରେ ପ୍ରକାଶ ପାଏ । ତେଣୁ ସେଠାରେ ମନସ୍ତତ୍ତ୍ୱ ହେଉଛି ନାରୀର ସେହି ବ୍ୟବହାରର ବିଜ୍ଞାନଗତ ଅଧ୍ୟୟନ । ନାରୀ ସ୍ୱାଧିନଭାବେ ସ୍ୱାଭିମାନର ସହ ସୁଖରେ ବଞ୍ଚିବାର ଏକ ମାତ୍ର ବାଧକ ପୁରୁଷ ନୁହେଁ ୟାର ଅନ୍ତରାଳରେ ଅନେକ କାରଣ ରହିଛି । ସେହିପରି ଜଣେ ପୁରୁଷ ସ୍ରଷ୍ଟା ହେଉଛନ୍ତି ଗୌରହରି ଦାସ, ଯିଏ ତାଙ୍କ ଗଳ୍ପ ମାଧ୍ୟମରେ ନାରୀ ମନର ସେଇ ଅପ୍ରକାଶ୍ୟ ମରମକୁ ବୁଝି ତାକୁ ଉପଯୁକ୍ତ ନ୍ୟାୟ ଦେବା ।
Fields of Study & Subjects
Educational Robotics and Engineering
Financial Crisis of the 21st Century
Legal and Regulatory Analysis
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 8 January 2026
- Language
- ORY