ଓଡଆ ନଟକର ଆଦବସ ଜବନଚରଯୟ
Abstract
ଭାରତ ହେଉଛି ଏଭଳି ଏକ ଦେଶ, ଯେଉଁଠି ବିଭିନ୍ନ ସଂପ୍ରଦାୟର ଲୋକ ବସବାସ କରନ୍ତି । ଏମାନଙ୍କ ମଧ୍ୟରେ ଆଦିବାସୀ ସଂପ୍ରଦାୟ ଅନ୍ୟତମ । ଯେଉଁମାନେ କି ଭାରତର ଆଦିମ ଆଦିବାସୀ ବା ସର୍ବପ୍ରଥମ ମାନବ ସଂପ୍ରଦାୟ ବୋଲି ଗ୍ରହଣ କରାଯାଇଅଛି । ଆଦିବାସୀ ଶବ୍ଦର ବିଭିନ୍ନ ପ୍ରତିଶବ୍ଦ ରହିଛି । ଯେମିତି ଜନଜାତି, ଆଦିମ ଜାତି, ସଂବର୍ଗ ବା ଉପବର୍ଗ ଇତ୍ୟାଦି । ଇଂରାଜୀ ଭାଷାରେ ପ୍ରଭୃତି ଶବ୍ଦ ଏହି ଅର୍ଥ ପ୍ରକାଶ କରିଥାଏ । ସମାଜକୁ ରୂପ ଦେବାରେ ନାଟ୍ୟକାର ମାନଙ୍କର ପ୍ରମୁଖ ଭୂମିକା ରହିଥାଏ । ଲୋକଜୀବନର ଦୁଃଖ ଦୁର୍ଦ୍ଦଶା, ଅଭାବ ଅନଟନ, ଅସନ୍ତୋଷ ଏବଂ ପ୍ରତିଦିନ ସମ୍ମୁଖୀନ ହେଉଥିବା ବିବିଧ ସମସ୍ୟାକୁ ତାଙ୍କ ନାଟକରେ ସ୍ଥାନ ଦେଇଛନ୍ତି । ଆଦିବାସୀ ଗୋଷ୍ଠୀ ଆମ ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଥିବାରୁ ତାଙ୍କ ସମସ୍ୟା ଓ ଜୀବନଧାରାକୁ ନାଟକ ମାଧ୍ୟମରେ ଉପସ୍ଥାପନ କରିବା ନାଟ୍ୟକାରର ଏକ ସାମାଜିକ ଦାୟିତ୍ୱ ।
Fields of Study & Subjects
Educational Robotics and Engineering
Legal and Regulatory Analysis
Linguistic
Cultural
and Literary Studies
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 8 January 2026
- Language
- ORY