ମନବକ ଚତନର ନତନ ଭଷୟ "ଭସଵତ": ଏକ ବହଙଗବଲକନ
Abstract
ଜୀବନ ବୈଚିତ୍ରମୟ : ବହୁ ବର୍ଣ୍ଣର ଏହା ଏକ ବିଚିତ୍ର ବର୍ଣ୍ଣବୋଧ l ମଣିଷ ଜୀବନର କ୍ଷୁଦ୍ରାତିକ୍ଷୁଦ୍ର ଘଟଣାଠାରୁ ଆରମ୍ଭ କରି ଏକ ସ୍ମରଣୀୟ ମୁହୂର୍ତ୍ତାଂଶର ସାର୍ଥକ ରୂପକାର ହେଉଛି - କ୍ଷୁଦ୍ରଗଳ୍ପ l ଆକାର ଦୃଷ୍ଟିରୁ କ୍ଷୁଦ୍ରଗଳ୍ପର ପରିସର କ୍ଷୁଦ୍ର ହେଲେ ବି ଏଥିରେ ଥାଏ କାବ୍ୟର ରସଘନତା,କବିତାର ଗୀତିମୟତା, ପ୍ରବନ୍ଧର ମନ୍ମୟତା,ନାଟକର ନାଟକୀୟତା ଓ ସର୍ବୋପରି ଉପନ୍ୟାସର କାହାଣୀଧର୍ମୀତା l ଏହି ମିଶ୍ର ସ୍ଵାଦ ହିଁ ଜୀବନ ଯୁଦ୍ଧରେ ଝୁଣ୍ଟି ପଡ଼ିଥିବା ମଣିଷକୁ କରେ ଆକର୍ଷିତ l ସେହିପରି ଏକ ଐନ୍ଦ୍ରଜାଲିକ ବାସ୍ତବତାକୁ କଥା ଓ କାହାଣୀର ନୂତନ ସଂଜ୍ଞା ଦେଇଥିବା ମାନବବାଦୀ କଥାଶିଳ୍ପୀ ହେଉଛନ୍ତି ଗାଳ୍ପିକ ତରୁଣ କାନ୍ତି ମିଶ୍ର l ଯାହାଙ୍କର ଗଳ୍ପରେ ଗଭୀର ଅନ୍ତର୍ମୁଖୀ ଅନୁଭବ ଠାରୁ ଆରମ୍ଭ କରି ବିଦଗ୍ଧ ରସ ଚେତନା ପର୍ଯ୍ୟନ୍ତ ସୀମାରେଖା ଟାଣି ରହିଛି ,ଆହୁରି ରହିଛି ମଧ୍ୟ ସମ୍ବେଦନଶୀଳତାର ଏକ ମାର୍ମିକ ଉପଲବ୍ଧି l
Fields of Study & Subjects
Linguistic
Cultural
and Literary Studies
Social and Cultural Studies
Urban and spatial planning
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 8 January 2026
- Language
- ORY