କଳଙଗର ପଲର ସୱରପ
Abstract
ଭଗବାନ ବୁଦ୍ଧଦେବ (ଖ୍ରୀ.ପୂ ୫୬୭) ନିଜର ଧର୍ମମତକୁ ପାଲି ଭାଷାରେ ପ୍ରଚାର କରୁଥିଲେ । ସମ୍ରାଟ ଅଶୋକ (ଖ୍ରୀ.ପୂ ୨୬୭)ଙ୍କ ଧର୍ମଲେଖ ଓ ଶିଳାଲେଖର ଭାଷା ଥିଲା ‘ପାଲି’ । ଏଣୁ କୁହାଯାଇପାରେ ଯେ ପାଲି ଭାଷା ଦୀର୍ଘ ୬୦୦ ବର୍ଷ ବା ତାହାର ପୂର୍ବରୁ ଭାରତବର୍ଷର ଜନସାଧାରଣଙ୍କ ଦ୍ୱାରା କଥିତ ଥିଲା । ମଗଧ ସମ୍ରାଟ ଅଶୋକଙ୍କ କଲିଙ୍ଗ ବିଜୟ ହେତୁ ଓଡ଼ିଶାରେ ପାଲି ଭାଷାର ଲିପିବଦ୍ଧ ରୂପ ଦେଖିବାକୁ ମିଳେ । ଭୁବନେଶ୍ୱର ନିକଟସ୍ଥ ଧଉଳୀ ଶିଳାଲେଖ ଏବଂ ଗଞ୍ଜାମ ଜିଲ୍ଲା ନିକଟସ୍ଥ ଜଉଗଡ଼ ଶିଳାଲେଖ ଏହାର ପ୍ରମାଣ । ଉଭୟ ଶିଳାଲେଖର ଲିପି ‘ବ୍ରାହ୍ମୀ’ ଏବଂ ଭାଷା ‘ପାଲି’ । କଳିଙ୍ଗର ଶିଳାଲେଖରେ ଲିପିବଦ୍ଧ ପାଲି ଭାଷାଠାରୁ କାଲସୀ, ଗିରିନାର, ମାନସେହରା ଏବଂ ଶାହବଜଗଡ଼ୀ ଶିଳାଲେଖରେ ବ୍ୟବହୃତ ପାଲି ଭିନ୍ନ । ଏଣୁ ଅଞ୍ଚଳ ଭେଦରେ ପାଲିଭାଷାର ରୂପରେ ଭିନ୍ନତା ଆସୁଥିବାରୁ କଳିଙ୍ଗରେ ଲିପିବଦ୍ଧ ପାଲିର ସ୍ୱତନ୍ତ୍ରତା ରହିଛି ।
Fields of Study & Subjects
Legal and Regulatory Analysis
Military Technology and Strategies
Educational Robotics and Engineering
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 8 January 2026
- Language
- ORY