କବ ୱଲୟମ ବଲକ ଏବ କବ ବଦୟତପରଭଙକ କବତ: ତଳନତମକ ନବ-ମଲୟୟନ
Abstract
ସଂକ୍ଷିପ୍ତ ସାର : କବି ୱିଲିୟମ ବ୍ଲାକ୍ ଓ କବି ବିଦ୍ୟୁତପ୍ରଭାଙ୍କ ମଧ୍ୟରେ ବୟସର ବ୍ୟବଧାନ ୧୬୯ ବର୍ଷ । ମାତ୍ର ଉଭୟଙ୍କ ସଂକ୍ଷିପ୍ତ ପରିଧିର କବିତାର ସଂରଚନା ତଥା ରୂପକଳ୍ପଧର୍ମୀ କାବ୍ୟବୋଧ ସମୟର ତରାତମ୍ୟ ସତ୍ତ୍ୱେ ବେଶ୍ ସମଧର୍ମା । ବ୍ଲାକଙ୍କ ବିଶେଷତଃ ତିନିଟି ବିଶ୍ଵବିଖ୍ୟାତ ସୃଷ୍ଟି Poetical Sketches, Song of Innocence ଏବଂ Songs of Experienceର କବିତା ସହିତ କବି ବିଦ୍ୟୁତପ୍ରଭାଙ୍କର ‘ଖଦ୍ୟୋତିକା’ରେ ସଂଯୋଜିତ କବିତାର ସମାନ୍ତରାଳ ସାଦୃଶ୍ୟ ହିଁ ଏହି ଆଲୋଚନାର ମୌଳିକ ଉତ୍ସ । ପ୍ରତ୍ୟେକ କବି ପ୍ରତ୍ୟେକଙ୍କଠାରୁ ସ୍ଵତନ୍ତ୍ର । ପ୍ରଭାବ, ପ୍ରେରଣା ସ୍ଵତନ୍ତ୍ର ଏକ ପ୍ରସଙ୍ଗ । ବିଦ୍ୟୁତପ୍ରଭା ବ୍ଲାକଙ୍କଦ୍ଵାରା ପ୍ରଭାବିତ ଥିଲେ କିମ୍ବା ନଥିଲେ ବା ପ୍ରଭାବ ଓ ପ୍ରେରଣା ଭଳି ପ୍ରସଙ୍ଗ ଆଲୋଚ୍ୟ କବିତାସମୂହରେ ସ୍ପଷ୍ଟତଃ ଲକ୍ଷିତ ହୋଇନଥାଏ । ମାତ୍ର ଉଭୟ କବିଙ୍କ ଭାବଗତ ଓ ଶୈଳୀଗତ ସମତା ଉଭୟଙ୍କୁ ଏକାଠି ତୁଳନା କରିବାର ପରିସର ସୃଷ୍ଟି କରିଛି । ଉଭୟ ନିଜନିଜ ସମୟର ରୋମାଣ୍ଟିକ ଭାବଧାରାର କବି ଏବଂ ଉଭୟ ସ୍ଵୀୟ ପ୍ରକୃତି ଓ ସ୍ଵୀୟ ଦାର୍ଶନିକ ଅନୁଚିନ୍ତାରେ ସର୍ଜିଛନ୍ତି ନିଜନିଜ କାବ୍ୟ-ବଳୟ । ବ୍ୟକ୍ତିଗତ ଭାବେ ଉଭୟଙ୍କ ବ୍ୟକ୍ତିତ୍ୱ ଭିନ୍ନଭିନ୍ନ ହୋଇଥିଲେ ହେଁ କାବ୍ୟ-ସୌନ୍ଦର୍ଯ୍ୟର ସମତା ଓ କବିତା ସମୂହର ଶୈଳ୍ପିକ ଆବେଦନ ଉଭୟଙ୍କୁ ଗୋଟିଏ ପ୍ରେକ୍ଷାରେ ଆଲୋଚନା କରିବା ନିମନ୍ତେ ପରିସର ସୃଷ୍ଟି କରିଛି ।
Fields of Study & Subjects
Poetry Analysis and Criticism
Comparative and World Literature
Comparative Literary Analysis and Criticism
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 8 February 2026
- Language
- ORY