କବୟ ଚତନର ବଭ ଓ ବଭତ: କବ ପରଦୟମନ ସନପତ

Read full text
Authors: ବବ୍ରୁବାହନ ମହାପାତ୍ର
Cited by: 0

Abstract

ଉତ୍ତର ଅଶୀ ଓଡ଼ିଆ କବିତା କ୍ଷେତ୍ରରେ ସେନାପତି ପ୍ରଦ୍ୟୁମ୍ନ କେଶରୀ ଜଣେ ଖ୍ୟାତିସିଦ୍ଧ କବି । ସମାଜ ଚେତନା, ସାଧାରଣ ମଣିଷର ଦୁଃଖ ଦୁର୍ଦ୍ଦଶା,ପରିବେଶ ସଙ୍କଟ ତଥା ମିଥ୍ ନବମୂଲ୍ୟାୟନ ଦୃଷ୍ଟିରୁ ତାଙ୍କ କବିତାର କଳା ବିଭବ ବେଶ୍ ସ୍ମରଣୀୟ । ସମକାଳୀନ ସାମାଜିକ ପରିବେଶ ଓ ଜୀବନଧାରାକୁ ସାର୍ଥକ କାବ୍ୟରୂପ ଦେବାରେ ତାଙ୍କ କୃତିତ୍ୱ ପ୍ରଶଂସନୀୟ । ମହୁମୁହାଣ, ଧୂଳି ବେଶ, ଅଲଗା ଅଯୋଧ୍ୟା, ପୂତନା, ଖେଳ ଛୁଟିର ଖରା, ପୁରାଣ ନଦୀ, ଗୋପଯାତ୍ରା, ପାପ ତୃଷ୍ଣା, ଭାଜ୍ୟ ଭାଜକ ଆଦି ତାଙ୍କର ଉଲ୍ଳେଖନୀୟ କବିତା ସଂକଳନ । ଏହି ପ୍ରବନ୍ଧରେ ପ୍ରଦ୍ୟୁମ୍ନ କେଶରୀଙ୍କ କାବ୍ୟ ବିଭବ ଓ କବିତ୍ୱ କଳାର ବିଶ୍ଳେଷଣ କରାଯାଇଛି । ଯେକୌଣସି ସଫଳ ସାରସ୍ୱତ ସ୍ରଷ୍ଟାର ସମାଜ ମନସ୍କତା ଓ ଜୀବନ ସଂପ୍ରୀତି ହିଁ ତାର କାବ୍ୟ ଚେତନାକୁ ପରଖିବାର ଅସଲ ଚାବିକାଠି । କାରଣ ସମାଜ ଓ ଜୀବନକୁ ଉପେକ୍ଷା କରି କବିତା ବଞ୍ଚି ପାରେନା । କସ୍ମିନ କାଳେ କବି କେଉଁ କଳ୍ପିତ ସ୍ୱର୍ଗ ରାଜ୍ୟରେ ବିଚରଣ କରିପାରେନା, ସେ ସର୍ବଦା ମେଦିନୀ ଦୃଷ୍ଟିସମ୍ପନ୍ନ । ସମାଜର ଭଲମନ୍ଦ ସୁଖ ସମସ୍ୟା ଓ ଜୀବନର ପ୍ରଗତି ଦୁର୍ଗତି କବିତାର ପ୍ରକୃତ ସମ୍ପତ୍ତି । ଦୈନନ୍ଦିନ ଜୀବନ ଯାତ୍ରାରେ ଆମେ ସମସ୍ତେ ସମାଜକୁ ଦେଖୁ, ମାତ୍ର କବିର ଦୁର୍ନିରୀକ୍ଷ ଦୃଷ୍ଟି ସମାଜର ଅଦୃଶ୍ୟ ସତ୍ୟକୁ ଦେଖି ଦେଖାଇ ଦିଏ । ସମାଜର ବିଶାଳ ସିନ୍ଧୁ ହିଁ କବି କଲମର ପ୍ରତୀକିତ ବିନ୍ଦୁ । କବି ତ୍ରିଲୋଚନ । ତାର କଳାତ୍ମକ ତୃତୀୟ ଚକ୍ଷୁ ଦୃଶ୍ୟ ଭିତରେ ଅଦୃଶ୍ୟ ସତ୍ତାକୁ ନିରେଖିପାରେ । ଶିବଙ୍କ ପରି ଦୁନିଆର ଯାବତୀୟ ହଳାହଳକୁ ଆତ୍ମସ୍ଥ କରି କବି ଅମୃତ ପରଷିପାରେ, ଏହା ତାର କୌଳିକ ବୃତ୍ତି ଓ ଚୈତ୍ତିକ ପ୍ରବୃତ୍ତି । ଜୀବନ ଭିତରେ ହଜାର କ୍ଳେଶ ଓ କଳୁଷ ଥିଲେ ବି ସେ ଜୀବନକୁ ଭଲପାଏ, ତାକୁ ସୁଧାରିବାକୁ ପ୍ରାଚୋଦିତ କରେ । ନାଭି ନର୍କର ଅନ୍ଧାରୀ କୋଠରୀରେ ସେ ସ୍ୱର୍ଗର ନନ୍ଦନ ବନକୁ ବାଟ କଢାଏ । ସବୁ ଜରା ଯନ୍ତ୍ରଣାର ଗ୍ଲାନିକୁ ଧୋଇ ଦେଇ ଆଶା ଆନନ୍ଦର ଦିଶା ନିର୍ଦେଶ କରେ । ଏଇ ଜୀବନ ପ୍ରେମିକତା କବିର ମୌଳିକ କର୍ମ ଓ ଧର୍ମ । ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କ କବିତା ଏହି ନିରୁତା କବି କୌଳୀନ୍ୟର ଶାବ୍ଦିକ ଆଲବମ୍, ଯହିଁରେ ଜୀବନର ପ୍ରସ୍ତ ପ୍ରସ୍ତ ଫଟୋଗ୍ରାଫ ଓ ସମାଜର ରଙ୍ଗ ବେରଙ୍ଗର ଜଳଛବି ଗଚ୍ଛିତ । ସେଠି ଅଯୋଧ୍ୟାର ଅଲଗା ଦୃଶ୍ୟ ଦିଶେ, ମହୁର ମୁହାଣରେ ମଣିଷ ଭାସେ, ପୂତନା ପୂତି ନର୍କରୁ ମାତୃତ୍ୱର ବିଭୁତି ମାଖେ, ପାପ ତୃଷ୍ଣାରେ ଅତିଷ୍ଠ ମଣିଷ ପୁରାଣ ନଦୀରେ ସ୍ନାନ କରି କଳା ଠାକୁରର ଧୂଳି ବେଶ ଦେଖେ ଓ ଗୋପର ଅଭିଯାତ୍ରୀ ହେବାକୁ କଦମ୍ ବଢାଏ । ବସ୍ତୁତଃ ସେନାପତିଙ୍କ କବିତା ଜୀଜୀବିଷାର ଗୀତ ଗାଏ, ସମାଜର ଚାଳିଶା ଶୁଣାଏ । ରାଜନୀତିର ଛକା ପଞ୍ଝା ଖେଳ ଦେଖାଏ । ସମ୍ବେଦନାରେ ଶୋଷିତ ନିପୀଡ଼ିତର ପିଠି ଥାପୁଡାଏ, ବି ସମ୍ମାନ ଦିଏ ।

Fields of Study & Subjects

Poetry Analysis and Criticism Literature: history themes analysis Literary Analysis and Cultural Studies

Publication details

Journal / source
Zenodo (CERN European Organization for Nuclear Research)
Publication date
9 February 2026
Language
EN