ହମନଦର ମହପତରଙକ ନଟକ 'ପତରପଜ'ର ଅନତସୱର
Abstract
ସଂକୀର୍ଣ୍ଣତା ଓ ବ୍ୟାପକତା, ବିପରୀତ ଭାବ । ସଂକୀର୍ଣ୍ଣତା ଭୋଗବାଦ, ଅର୍ଥାତ୍ ସ୍ୱାର୍ଥ, ଅହଂତାର ପରିଚାୟକ । ବ୍ୟାପକତା ଯୋଗବାଦ, ଅର୍ଥାତ୍ ନିଃସ୍ୱାର୍ଥ, ଚେତନତାର ପରିଚାୟକ । ସଂକୀର୍ଣ୍ଣତା ସମସ୍ତ ଆସୁରିକ, ପାପ, ଅଧର୍ମର ଜନନୀ । ବିଶ୍ୱ ସମାଜରେ ଯା କିଛି ଅବ୍ୟବସ୍ଥା ଦୃଷ୍ଟ, ତାର ଏକମାତ୍ର କାରଣ ସଂକୀର୍ଣ୍ଣତା । ସଂକୀର୍ଣ୍ଣତାର ପରିହାର, ଅର୍ଥାତ୍ ବ୍ୟାପକତାର ସ୍ୱୀକାର । ଏହି ତତ୍ତ୍ୱହିଁ ସନାତନ ଧର୍ମର, ଆର୍ଯ୍ୟ ସଂସ୍କୃତିର ଉଦ୍ଘୋଷ । ବିଶ୍ୱର ଶ୍ରେଷ୍ଠ କୃତି ମନୁ ସନ୍ତାନମାନଙ୍କୁ ଏହି ପଥାନୁଚାରୀ ନିର୍ଦେଶ ସର୍ବଦା ଆର୍ଯ୍ୟ ଋଷିମାନେ ପ୍ରୟାସରତ । ପ୍ରଣିତ ହେଲା ବିଶ୍ୱ ସମ୍ବିଧାନ । ବସୁଧୈବ କୁଟୁମ୍ବକମ୍, ସର୍ବେ ଭବନ୍ତୁ ସୁଖିନଃ, ସର୍ବ ଭୂତେଷୁ ଆତ୍ମବତ୍, ପର ଦ୍ରବ୍ୟେଷୁ ଲୋଷ୍ଟ୍ରବତ୍, ପରଦାରେଷୁ ମାତୃବତ୍ ଭଳି ଅସଂଖ୍ୟ ବୈଦିକ ମୂଳ ମନ୍ତ୍ରମାନ ତହିଁରୁ ଝଙ୍କୃତ । ଏହି ସୂତ୍ରମାନଙ୍କୁ ମନୁଷ୍ୟ ଚେତନା ସହ ସଂଯୁକ୍ତ କରିବା ନିମିତ୍ତ ଭାଷା, ସାହିତ୍ୟର ସୃଷ୍ଟି । ସଂଗୀତ, ନାଟକାଦି ଯା କିଛି ସୃଷ୍ଟ ସେମାନେ ଏହାର ପ୍ରଚାରାତ୍ମକ ସାଧନ ମାତ୍ର । ଯେଉଁ ସାଧନ ଏହା ପରିପ୍ରକାଶ କରେ ନାହିଁ ତାହା ସର୍ବ ଅଳଙ୍କାରାଭୂଷିତା ନିର୍ବସ୍ତ୍ରା ନାରୀ ସମ ଅଶୋଭନୀୟ, ପରିତ୍ୟକ୍ତା । ଯେଉଁ ସାଧକ, ସାଧନ ଏ ଦିଗ ପ୍ରତି ପ୍ରୟାସରତ ସେମାନେ ପ୍ରଶଂସନୀୟ। ଉକ୍ତ ପରିଭାଷାକୁ କେନ୍ଦ୍ର କରି ଶ୍ରୀ ହେମେନ୍ଦ୍ର ମହାପାତ୍ରଙ୍କ ଏକ ଶ୍ରେଷ୍ଠ କୃତି ‘ପୁତ୍ରପୂଜା’ ନାଟକର ଅନ୍ତଃସ୍ୱରକୁ ଅନୁଧ୍ୟାନ ପୂର୍ବକ ଅନୁଭବ କରିବା ଏହି ଅବତାରଣାର ଉଦେଶ୍ୟ।
Fields of Study & Subjects
Theatre and Performance Studies
Indian and Buddhist Studies
Literature: history
themes
analysis
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 9 February 2026
- Language
- ORY