ସଥତବସଥ ବରଦଧର ବପଲବର ସୱର: ନଟକ ଅମତସୟ ପତର

Read full text
Authors: ସ୍ନିଗ୍ଧା ଶୁଭଦର୍ଶିନୀ
Cited by: 0

Abstract

‘ଅମୃତସ୍ୟ ପୁତ୍ରଃ’ ନାଟକଟି ନାଟ୍ୟକାର ମନୋରଞ୍ଜନ ଦାସଙ୍କ ବହୁ ଚର୍ଚ୍ଚିତ ନାଟକ ମଧ୍ୟରେ ଅନ୍ୟତମ । ନାଟକରେ ମୁଖ୍ୟତଃ ପରମ୍ପରା ବିରୁଦ୍ଧ ମାନସିକତା ରହିଛି ନାୟକ ସନାତନଠାରେ । ସନାତନ ଓ ସୁଚେତା ଦୁହେଁ ହେଉଛନ୍ତି ରକ୍ଷଣଶୀଳ ସମାଜ ବିରୋଧୀ ଚରିତ୍ର । ‘ଶୁଣନ୍ତୁ ବିଶ୍ୱେ ଅମୃତସ୍ୟ ପୁତ୍ରଃ’ ଆର୍ଯ୍ୟ ଋଷିଙ୍କ କଣ୍ଠରୁ ନିର୍ଗତ ଏହି ଉଦାରବାଣୀ ଦ୍ୱାରା ନାଟ୍ୟକାରା ପ୍ରଭାବିତ ହୋଇ ଏ ନାଟକ ଲେଖିଅଛନ୍ତି । ସନାତନ ସୁଚେତା, ନିର୍ମଳା, ବିମଳବାବୁ ଏବଂ ଏସ୍.ଏସ୍.ଏମ୍ ଚରିତ୍ର ଆଦି ପ୍ରତୀକାତ୍ମକ ଚରିତ୍ର ଅଟନ୍ତି । ଏପରିକି ନାଟକରେ ପ୍ରଦର୍ଶିତ ରେଳ ଷ୍ଟେସନ୍, ରେଳ ଧାରଣା ଏବଂ ରେଳଗାଡ଼ି ସବୁଗୁଡ଼ିକୁ ପ୍ରତୀକାତ୍ମକ କରି ମନୋରଞ୍ଜନ ଦାସ ନିଜ ନାଟକରେ ଦେଖାଇ ଅଛନ୍ତି । ଆଜିର ଯୁଗରେ ସମସ୍ତଙ୍କୁ ମୁକ୍ତି ଦରକାର, ଉନ୍ନତ ସମାଜ ଆଉ ସାମାଜିକ ବିଧି ବ୍ୟବସ୍ଥା ଦରକାର । କିନ୍ତୁ କେହି ହେଲେ ପ୍ରାଚୀନର ଅବଧାରଣାଠାରୁ ବଦଳାଇବାର କ୍ଷମତା ରଖନ୍ତି ନାହିଁ । ଯାହା ଚଳି ଆସୁଛି ସେଥିରେ ନିଜକୁ ଖାପ ଖୁଆଇବା ପାଇଁ ଚେଷ୍ଟା କରନ୍ତି । ନିଜେ କିଛି ବଦଳାଇବାକୁ କିମ୍ବା ନୂଆ କରିବାକୁ ଚେଷ୍ଟା କରନ୍ତି ନାହିଁ । ସନାତନ ଓ ସୁଚେତା ସବୁ କିଛି ଭାଙ୍ଗି ଦେଇ ନୂଆ ଗଢ଼ିବାରେ ବିଶ୍ୱାସୀ । କିନ୍ତୁ ଏମାନଙ୍କ ରାସ୍ତାଯେ ବହୁ କଣ୍ଟକିତ । ତାହା ଅମୃତସ୍ୟ ପୁତ୍ରଃ’ ନାଟକରେ ପ୍ରଦର୍ଶିତ ହୋଇଛି ।

Fields of Study & Subjects

Theatre and Performance Studies Literature: history themes analysis Postcolonial and Cultural Literary Studies

Publication details

Journal / source
Zenodo (CERN European Organization for Nuclear Research)
Publication date
9 February 2026
Language
ORY