ଅନଧରର ବଭଷକ' ନଟକର ଆଦରଶର ହତୟ: ଏକ ଅନଶଳନ

Read full text
Authors: ଅଜୟ କୁମାର ସାହୁ
Cited by: 0

Abstract

‘ଅନ୍ଧାରର ବିଭୀଷିକା’ ଏକ ସାମାଜିକ ତଥା ରାଜନୈତିକ ନାଟକ । ଯେଉଁଥିରେ ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ସମାଜର ଆଦର୍ଶହୀନତା, ରାଜନୈତିକ ସ୍ୱାର୍ଥ, ବିସ୍ଥାପନ ଯନ୍ତ୍ରଣା ଓ ମାଓବାଦୀ ହିଂସାର ଭୟାବହ ରୂପକୁ ସ୍ପଷ୍ଟ ଭାବେ ଉପସ୍ଥାପିତ କରାଯାଇଛି । ନାଟକଟି ମୂଳତଃ ତିନି ପୀଢ଼ିର ସଂଘର୍ଷକୁ ଆଧାର କରି ଗତିଶୀଳ ହୁଏ । ଆଦର୍ଶ, ସ୍ପପ୍ନ ଓ ବାସ୍ତବତା ମଧ୍ୟରେ ଥିବା ଦ୍ୱନ୍ଦ ଏହି ନାଟକର କେନ୍ଦ୍ରବିନ୍ଦୁ । ନାଟକର ନାୟକ ନରହରି ଜଣେ ସଚ୍ଚା ସ୍ୱାଧୀନତା ସଂଗ୍ରାମୀ । ସେ ଜୀବନତମାମ ଦେଶ, ମାଟି ଓ ମଣିଷ ପାଇଁ ଆଦର୍ଶକୁ ଧରି ରହିଛନ୍ତି । ସ୍ୱାଧୀନତା ସମୟରେ ଯେଉଁ ସମତା, ନ୍ୟାୟ ଓ ମାନବିକତାର ସ୍ୱପ୍ନ ସେ ଦେଖିଥିଲେ, ସ୍ୱାଧୀନତା ପରେ ସେହି ସ୍ୱପ୍ନଗୁଡ଼ିକ ଧୀରେ ଧୀରେ ଭାଙ୍ଗି ପଡ଼ୁଛି ବୋଲି ସେ ଅନୁଭବ କରନ୍ତି । ରାଜନୀତି ଏବେ ସେବାର ମାର୍ଗ ନୁହେଁ, ବରଂ ଶକ୍ତି ଓ ସ୍ୱାର୍ଥର ଖେଳ ହୋଇଯାଇଛି-ଏହି ଯନ୍ତ୍ରଣା ନରହରିଙ୍କୁ ଭିତରୁ ଦୁର୍ବଳ କରିପକାଏ । ନରହରିଙ୍କ ନାତି ଅରୁଣ ନାଟକର ଆଧୁନିକ ସମାଜର ସ୍ୱର । ସେ ନିଜ ଜେଜେବାପାଙ୍କ ଆଦର୍ଶରୁ ଅନୁପ୍ରାଣିତ ହୋଇ ଗାଁର ଭିଟାମାଟି ବଞ୍ଚାଇବା ପାଇଁ ଆନ୍ଦୋଳନ କରିଛନ୍ତି । ସେବାଶ୍ରମକୁ ଭାଙ୍ଗି, ଖଣିଜ ପ୍ରକଳ୍ପ ଓ ବିକାଶର ନାମରେ ଗରିବ ଆଦିବାସୀ ଓ ଗ୍ରାମବାସୀଙ୍କୁ ବିସ୍ଥାପିତ କରାଯାଉଛି । ଅରୁଣ ଏହାର ବିରୋଧରେ ଶାନ୍ତିପୂର୍ଣ୍ଣ ଲଢ଼େଇ କରୁଥାଏ । ସେ ଭାବେ-ମାଟି ହେଉଛି ମଣିଷର ପରିଚୟ, ଏହାକୁ ଛଡ଼ାଇ ନେଲେ ମଣିଷ ସଂପୂର୍ଣ୍ଣ ଆତ୍ମହରା ହୋଇଯିବ । କିନ୍ତୁ ନାଟକର ଖଳ ଚରିତ୍ର ଶତ୍ରୁଶଲ୍ୟ ଏହି ସମଗ୍ର ପରିସ୍ଥିତିର ମୂଳ କାରଣ, ସେ ନୀତିହୀନ ରାଜନୀତିର ପ୍ରତୀକ । ଶକ୍ତି ଓ ଆସନର ଲୋଭ ପାଇଁ ସେ ଯେକୌଣସି ସୀମା ଲଂଘନ କରିପାରେ । ବିସ୍ଥାପନ ସମସ୍ୟାକୁ ସେ ନିଜ ରାଜନୈତିକ ଲାଭ ପାଇଁ ବ୍ୟବହାର କରେ ଏବଂ ମାଓବାଦୀ ହିଂସାକୁ ଅପ୍ରତ୍ୟକ୍ଷ ଭାବେ ଉତ୍ସାହିତ କରି ସମାଜରେ ଭୟ ଓ ଅସ୍ଥିରତା ସୃଷ୍ଟି କରେ । ସ୍ୱାଧୀନ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀକୁ ଭାଙ୍ଗି ହୀନ ରାଜନୀତି କରେ । ଫଳରେ ଶାନ୍ତିର ମାର୍ଗ ନିଏ ହିଂସାର ପଥ । ବୀରେନ୍ଦ୍ର ଗୁଳି ମାଡ଼ରେ ଶତ୍ରୁଶଲ୍ୟ ଆହାତ ହୁଏ । ତଥାପି ନାଟକ ଆଶାର ଏକ ସୂକ୍ଷ୍ମ ଆଲୋକ ଦେଖାଏ ଯେ ଯଦି ନୂଆ ପୀଢ଼ି ସଚେତନ ହୁଏ, ଆଦର୍ଶ ପୁନଃଜୀବିତ ହୋଇପାରେ । ଏହି ନିବନ୍ଧରେ ଆଦର୍ଶର ପତନ, ରାଜନୈତିକ କୁଚକ୍ରୀ, ବିସ୍ଥାପନ ଯନ୍ତ୍ରଣା ଓ ମାଓବାଦୀ ହିଂସାର ଭୟଙ୍କର ଚିତ୍ରକୁ ଉପସ୍ଥାପନ କରି ଦର୍ଶକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରାଏ ।

Fields of Study & Subjects

Theatre and Performance Studies Literature: history themes analysis South Asian Studies and Diaspora

Publication details

Journal / source
Zenodo (CERN European Organization for Nuclear Research)
Publication date
9 February 2026
Language
ORY