କଳପତ ବସତବତର ଜବନତ ଦସତବଜ: "ବତତଙକନ"
Abstract
ଏକ ବିଂଶ ଶତାବ୍ଦୀର କ୍ଷୁଦ୍ରଗଳ୍ପ ସାହିତ୍ୟରେ ସ୍ରଷ୍ଟା ସ୍ୱଦେଶ ସୁନ୍ଦର ପଟ୍ଟନାୟକ ଏକ ମନୋରମ ପରିଚୟ । ମାତ୍ର କିଛିଦିନ ତଳେ ଆତ୍ମପ୍ରକାଶ କରିଥିବା ତାଙ୍କ ଗଳ୍ପ ପୁସ୍ତକ ‘ ବୃତ୍ତାଙ୍କନ’ ଏକ ବିରାଟ ପ୍ରତିଶ୍ରୁତି ବହନ କରି ଗଳ୍ପ ସାହିତ୍ୟରେ ପାଦ ଥାପିଛି କହିଲେ ଭୁଲ୍ ହେବ ନାହିଁ । ଅବଶ୍ୟ ଆଧୁନିକ ଓଡ଼ିଆ ସାହିତ୍ୟରେ ଅନେକ ଶକ୍ତିଧର ପ୍ରଶାସକଙ୍କ ଆବିର୍ଭାବ ଆମ ସାହିତ୍ୟ ସାମ୍ରାଜ୍ୟକୁ ପୁଷ୍କଳ କରିଆସିଛି । ସ୍ରଷ୍ଟା ଗୋପୀନାଥ ମହାନ୍ତି, ସୀତାକାନ୍ତ ମହାପାତ୍ର, ହୃଷୀକେଶ ପଣ୍ଡା , ତରୁଣ କାନ୍ତି ମିଶ୍ର ,ରବିନ୍ଦ୍ର ମୋହନ ସେନାପତି,ମନୁ ଦାସ, ବିଜୟ କୁମାର ନାୟକ, ମନୋରଞ୍ଜନ ପାଣିଗ୍ରାହୀ ଆଦି ଏହାର ପ୍ରଲୟିତ ଧାରାକୁ ଅଧିକ ପରିବ୍ୟାପ୍ତ କରିଛନ୍ତି । ଏହି ପାରମ୍ପରିକ ଧାରାରେ ଶ୍ରୀଯୁକ୍ତ ପଟ୍ଟନାୟକ ଏକ ମନୋଜ୍ଞ ସଂଯୋଗ । ଏହି ମହାର୍ଘ ସ୍ରଷ୍ଟାମାନଙ୍କ କ୍ଷେତ୍ରରେ ବଡ଼ ତାତ୍ପର୍ଯ୍ୟ ବିଷୟ ହୋଇଛି ଏକ ଅନ୍ତରୀଣ ସାମ୍ୟତା । ଅଧିକାଂଶ ସ୍ରଷ୍ଟାଙ୍କ କୃତିରେ ମାଟି ପ୍ରତି ଅକପଟ ମମତାବୋଧ , ଅସାଧାରଣ ଜାତୀୟତାବୋଧ, ମଧୁର ଗ୍ରାମ୍ୟସ୍ମୃତିର ରୋମନ୍ଥନ, ଉଚ୍ଚାଙ୍ଗ ଆଧ୍ୟାତ୍ମିକ ଆସ୍ପୃହା, ଉଦାର ମାନବିକତାବାଦର ମନୋଜ୍ଞ ଉତ୍ତରଣ ପାଠକକୁ ମୁଗ୍ଧ କରିଆସିଛି । ଶ୍ରୀଯୁକ୍ତ ପଟ୍ଟନାୟକଙ୍କର ବୃତ୍ତାଙ୍କନରେ ଏହାର ଉଜ୍ଜ୍ୱଳ ସାକ୍ଷର ବିଦ୍ୟମାନ । ଏପରିକି ସଂକଳନଟିର ଚମତ୍କାର ଭାବବସ୍ତୁ ସହ ଅପୂର୍ବ ଶାଦ୍ଧିକତା, ମର୍ମସ୍ପର୍ଶୀ ବର୍ଣ୍ଣନାଧର୍ମିତା, ସୁଖପାଠ୍ୟ ପ୍ରାରମ୍ଭ ଓ ପରିଣତି ଏକ ବିଂଶ ଶତାବ୍ଦୀର ଗଳ୍ପଧାରକୁ ଖୁବ୍ ହୃଦ୍ୟରୂପେ ପ୍ରମାଣିତ କରିପାରିଛି । ଅଜସ୍ର ସମ୍ଭାବନା ଓ ଅସୀମ ଆତ୍ମତୃପ୍ତିର ପୁସ୍ତକଟି ପରିପୂର୍ଣ୍ଣ ଏହା ପାଠକ ମାତ୍ରେ ଅନୁଭବ କରିବେ ।
Fields of Study & Subjects
Short Stories in Global Literature
Artistic and Creative Research
Themes in Literature Analysis
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 9 February 2026
- Language
- ORY