ମହମର ପରଦରଭବର 'କତ ଦର ଜବନ'

Read full text
Authors: ସିମ୍ରନ ରାଉତ
Cited by: 0

Abstract

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଏକବିଂଶ ଶତାବ୍ଦୀ ବୁଦ୍ଧିଜୀବୀ ମଣିଷକୁ ଅଧିକ ଅଗ୍ରସର ଓ ସଚେତନ କରିଛି । ତଥାପି ବିଜ୍ଞାନର ସୁଦୂର ପ୍ରସାରି ପ୍ରଭାବ ସତ୍ତ୍ୱେ କରୋନା ପରି ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟିକାରୀ ବିପଦ ମାନବ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ମଣିଷ ହୋଇଛି ଗୃହବନ୍ଦୀ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଗୁଆ ଦେଶମାନେ ମଧ୍ୟ କରୋନା କବଳିତ ଜନସାଧାରଣଙ୍କ ଜୀବନ ରକ୍ଷା କରିବାରେ ସମ୍ପୂର୍ଣ୍ଣ ସମର୍ଥ ହୋଇପାରି ନାହାଁନ୍ତି । ବୋଧହୁଏ କରୋନା ଏକ ବିଂଶ ଶତାବ୍ଦୀର ଏକ ଭୟାବହ ବିପର୍ଯ୍ୟୟମୂଳକ ଘଟଣା । ଅବଶ୍ୟ ସମୟ କ୍ରମେ ପରିସ୍ଥିତି ବଦଳିଛି । ବିଜ୍ଞ ମଣିଷ ରୋଗ ପ୍ରତିରୋଧମୂଳକ ଔଷଧ ଉଦ୍ଭାବନ କରି ବିଶ୍ୱବାସୀଙ୍କୁ ରକ୍ଷା କରିଛି । କିନ୍ତୁ ଆପାତତଃ ଦୁଇବର୍ଷ ଧରି ବିଶ୍ୱର ପ୍ରତ୍ୟେକ ଦେଶରେ ଭୟାବହ ସ୍ଥିତି ସୃଷ୍ଟି କରିଥିବା କରୋନାକୁ ନେଇ ଚଳିତ ସମୟ ଖଣ୍ଡରେ ଛଅଗୋଟି ଓଡ଼ିଆ ଉପନ୍ୟାସ ରଚିତ ହୋଇଛି । ତନ୍ମଧ୍ୟରୁ ଅନିଲ କୁମାର ପାଢ଼ୀଙ୍କ ‘କେତେ ଦୂରେ ଜୀବନ’ ସ୍ମରଣୀୟ ।

Fields of Study & Subjects

Social impacts of COVID-19 Zoonotic diseases and public health Philosophical and Cultural Analysis

Publication details

Journal / source
Zenodo (CERN European Organization for Nuclear Research)
Publication date
9 February 2026
Language
ORY