ଓଡଆ ଲକସହତୟର ଅଲଭ ସୱର
Abstract
ଲୋକସାହିତ୍ୟ ସାଧାରଣ ଗ୍ରାମ୍ୟ ଜନଜୀବନର ନିଚ୍ଛକ ପ୍ରତିଲିପି, ଅଭିଜ୍ଞ ପଲ୍ଲୀ ମଣିଷର ସ୍ୱତଃସ୍ଫୂର୍ତ୍ତ ଅଭିବ୍ୟକ୍ତି । ଏହା ସାମଗ୍ରିକ ଭାବରେ ଗୋଟିଏ ଜାତିର ପ୍ରାଣପ୍ରବାହକୁ ପିଢ଼ି ପରେ ପିଢ଼ି ଧାରଣ କରିଥାଏ । ତେଣୁ ତ ଲୋକସାହିତ୍ୟକୁ ‘ଜୀବନବେଦ’ ବୋଲି କୁହାଯାଇଥାଏ । ଲୋକଗୀତ, ଲୋକକାହାଣୀ, ଲୋକନୃତ୍ୟ ପ୍ରଭୃତି ଅକଳ୍ପିତ, ସ୍ୱତଃସ୍ଫୂର୍ତ୍ତ ବ୍ୟାବହାରିକ ଜ୍ଞାନକୋଷ ଅଟେ । ନିଜର ଚିରନ୍ତନ ଆବେଦନ ହେତୁ ସଭ୍ୟତାର ଆଦି କାଳରୁ ଏ ଯାବତ୍ ଏହା ପ୍ରଚଳିତ ହୋଇଆସୁଛି ତଥା ସମ୍ପ୍ରତି ବିଦଗ୍ଧ ସାହିତ୍ୟରେ ‘ଲୋକଉପାଦାନ’ ଭାବରେ ସ୍ଥାନ ପାଇଛି । ତେଣୁ ଲୋକସାହିତ୍ୟର ବ୍ୟାପକ ଆଲୋଚନା ଅପରିହାର୍ଯ୍ୟ । ପ୍ରତ୍ୟେକ ପ୍ରଦେଶର ଲୋକସାହିତ୍ୟ ସହ ସମତାଳରେ ଓଡ଼ିଆ ଲୋକସାହିତ୍ୟ ମଧ୍ୟ ପ୍ରସାରିତ । ଓଡ଼ିଆ ଲୋକଗୀତ, କାହାଣୀ, ଲୋକନୃତ୍ୟ ନିଜସ୍ୱ ବୈଶିଷ୍ଟ୍ୟରେ ସମୃଦ୍ଧ । ବିଶେଷ କରି ଓଡ଼ିଶାର ଲୋକନୃତ୍ୟ ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଓଡ଼ିଆ ଲୋକସାହିତ୍ୟର ପ୍ରକାର, ବୈଶିଷ୍ଟ୍ୟ ତଥା ଚିରନ୍ତନ ଆବେଦନକୁ ଉପସ୍ଥାପନ କରିବା ଆଲୋଚ୍ୟ ପ୍ରବନ୍ଧର ଉଦେଶ୍ୟ ।
Fields of Study & Subjects
Folklore
Mythology
and Literature Studies
Cultural and Sociopolitical Studies
Musicology and Musical Analysis
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 9 February 2026
- Language
- ORY