କଉଝର ଭୟ ବଦରହର ଇତବତତ: ଉପନୟସ 'ମହରଣ ପତର'
Abstract
ଇତିହାସ ରଚନା ହେଉଛି ଏକ କଳାତ୍ମକ ଅଭିବ୍ୟ କ୍ତି । ଇତିହାସ ନିର୍ବିକ ବାସ୍ତବ ଘଟଣାବଳୀକୁ ସଂପ୍ରତି ପ୍ରେକ୍ଷାପଟରେ ଅତୀତକୁ ରୋମନ୍ଥନ କରି ଗତ ମୃତ ହୃତ ଗୌରବକୁ ପୁନର୍ଜୀବିତ କରିପାରୁଥିବା ଏକ ଭବ୍ୟ ସୃଜନତା । ଅତଳ ଗର୍ଭରେ ଲୀନ କଙ୍କାଳର ବୀର ଅବୀର ଗାଥା । ସମାଜ, ସଂସ୍କୃତି, ଚର୍ଯା, ଜୀବନଶୈଳୀ ପ୍ରଭୃତିର ନିର୍ଯାସ ବ୍ୟାଖ୍ୟା । ଉପନ୍ୟାସ ସେହି ଇତିହାସକୁ ଏକ ବୈଜ୍ଞାନିକ ପଦ୍ଧତିରେ ଆବିଷ୍କାର କରି ବିଭିନ୍ନ ଚରିତ୍ର, ଘଟଣା ଓ ବର୍ଣ୍ଣନା ପୁଟରେ ହୁଏ ରୁଦ୍ଧିମନ୍ତ । ଇତିହାସର ସତ୍ୟତା ଓ ଲେଖକଙ୍କ କଳ୍ପନାର ଅଦ୍ଭୁତ ସଂଯୋଗରେ ରସାଶ୍ରୟୀ । ଔପନାସିକା ପ୍ରତିଭା ରାୟଙ୍କ ମହାରାଣୀ ପୁତ୍ର ଏହି ଧରଣର ଏକ ନୃତାତ୍ତ୍ୱିକ ଐତିହାସିକ ଉପନ୍ୟାସ । ଏହି ପ୍ରବନ୍ଧଟି ଉପନ୍ୟାସରେ ବର୍ଣ୍ଣିତ କେଉଁଝର ଭୂୟାଁ ବିଦ୍ରୋହର ଇତିବୃତ୍ତ ଏବଂ ଫକୀରମୋହନ ସେନାପତିଙ୍କ ଅବଦାନର ଐତିହାସିକ ସତ୍ୟତାକୁ ପ୍ରମାଣିତ ରୂପ ଦେବାକୁ ପ୍ରୟାସ କରିଛି । ତଦନୁରୂପ ଶ୍ରୀମତୀ ରାୟଙ୍କ ଐତିହାସିକ ଦୃଷ୍ଟିକୋଣ ଓ କଳାତ୍ମକ ବର୍ଣ୍ଣନାକୁ ସମୀକ୍ଷା କରିବା ଏହାର ଉଦେଶ୍ୟ ।
Fields of Study & Subjects
Literature: history
themes
analysis
Historical and Literary Analyses
South Asian Studies and Diaspora
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 9 February 2026
- Language
- ORY