ପରଜଙଗ ଅଚଳର ଲକବଣର ପରକରଣ ସନଦରଯୟ - ଏକ ସମକଷତମକ ଦଷଟ
Abstract
ପରଜଙ୍ଗ ଅଂଚଳ ଓଡିଶାର ମାଟି , ମଣିଷ ଓ ପରିବେଶ ସହିତ ଅଭିନ୍ନ ଭାବରେ ଜଡିତ ଏକ ସାଂସ୍କୃତିକ କେନ୍ଦ୍ର । ଏହି ଅଂଚଳ ଓଡିଶାର ଏକ ସଂସ୍କୃତିମୟ ମାଟି ଭାବରେ ସୁପରିଚିତ । ଏଠିକାର ଲୋକମାନଙ୍କ ଜୀବନ ପ୍ରବାହର ଏକ ଅଖଣ୍ଡ ଅଂଶ ହେଉଛି ଲୋକବାଣୀ ଯାହା ଗ୍ରାମ୍ୟ ଜୀବନର ଆତ୍ମା ତଥା ଲୋକସାହିତ୍ୟ ଓ ସଂସ୍କୃତିର ଜୀବନ୍ତ ପ୍ରତିନିଧି । ଏହି ଲୋକବାଣୀଗୁଡିକରେ ଜନଜୀବନର ଜୀବିକା , ସରଳତା , ଆସ୍ଥା , ଅନୁଭୂତି , ଉତ୍ସବ , ପର୍ବପର୍ବାଣି , ଧାର୍ମିକ ବିଶ୍ୱାସ ଓ ଦୈନନ୍ଦିନ , ଜୀବନର ପ୍ରତିଛବିକୁ ସହୃଦୟତାର ସହ ଆମେ ଉପଲବ୍ଧି କରିପାରିବା । ଏହା ସେମାନଙ୍କ ଜୀବନଚର୍ଯ୍ୟା , ପରମ୍ପରା ଓ ସାମାଜିକ ସଂସ୍କାର ସହ ନିବିଡ ଭାବେ ସଂଲଗ୍ନିତ । ବାସ୍ତବରେ ଲୋକବାଣୀମାନେ କେବଳ ମନୋରଞ୍ଜନର ଅଂଶ ନୁହେଁ ଏହା ଜୀବନଦର୍ଶନ , ନୈତିକ ମୂଲ୍ୟ ଓ ଜନଜୀବନର ସାହିତ୍ୟିକ ପ୍ରତିଧ୍ୱନି । ପରଜଙ୍ଗ ଅଂଚଳର ଲୋକବାଣୀର ପ୍ରକରଣ ସୌନ୍ଦର୍ଯ୍ୟରେ ତାହାର ସରଳ ଭାଷା , ଉପମାତ୍ମକ ଭାବ , ଧ୍ୱନିସଂଗତି ଓ ଲୟଗତ ଗଠନର ବୈଚିତ୍ର୍ୟତା ଅନୁଭୂତ ହୁଏ । ଏଥିରେ ବ୍ୟବହୃତ ହୋଇଥିବା ଆଂଚଳିକ ଭାଷା , ରସ , ଧ୍ୱନି ଓ ଶବ୍ଦର ସୂକ୍ଷ୍ମତା ଏହାକୁ ଆକର୍ଷଣୀୟ କରିଛି । ଏହି ଅଂଚଳର ଜନଜୀବନର ସଂସ୍ପର୍ଶ ପାଇବା ଯୋଗୁଁ ଲୋକବାଣୀକୁ ସ୍ୱାଭାବିକ ଓ ସଜୀବ ହୋଇଉଠିଛନ୍ତି । ସେହିପରି ଲୋକବାଣୀ ଲୋକମାନଙ୍କ ଚେତନାର ସ୍ୱର ହୋଇ ଆଂଚଳିକ ସାହିତ୍ୟର ସୌନ୍ଦର୍ଯ୍ୟକୁ ସୁଶୋଭିତ କରିଛି ଯାହାକୁ ଉକ୍ତ ପ୍ରବନ୍ଧ ମାଧ୍ୟମରେ ମୁଁ ପ୍ରକାଶିତ କରିବାକୁ ଯଥା ସମ୍ଭବ ଚେଷ୍ଟା କରାଯାଇଛି ।
Fields of Study & Subjects
Folklore
Mythology
and Literature Studies
Cultural and Sociopolitical Studies
Cultural and Mythological Studies
Publication details
- Journal / source
- Zenodo (CERN European Organization for Nuclear Research)
- Publication date
- 9 February 2026
- Language
- ORY